Friday, April 13, 2012

Crepe Ginger

On August 28, 2011, I posted about "A Wild Flower". I noticed this flower while visiting KUMARBANDHA COLLEGE ( the backyard of the college). I asked the people there, and every one told me that it is a wild flower, native to that region and not of any use. It comes with first rain of the monsoon and by winter it dies away. But I noticed that it is similar to many decorative plants. I brought a couple of samples and grew that in JV. I was keen to popularize a native plant (which is normally written off as "junglee") can be really a high-profile posh indoor plant in bigcities. But could not proceed further.

Today, while browsing the net, I could locate adequate material for this "junglee' plant. This is not really junglee. It is called " CREPE GINGER". Here are some write up for the plant.
Taken from ..

Crepe ginger is a tall and dramatic landscape plant with large dark green leaves arranged on the stalk in a spiral. This Costus can grow to 10 ft (3.1 m) tall in frost-free areas, but typically grows to about 6 ft (1.8 m) tall in cooler regions where it is root hardy but dies back in winter.

The flowers appear in late summer or early fall, and are quite unusual looking. They form on red 4 in (10.2 cm) cone-shaped bracts, with several 2 in (5 cm) pure white crinkled flowers protruding from each cone. The flowers look like crepe paper - thus the common name of crepe ginger. After the flowers fade away, the attractive red cone-shaped bracts remain.

As beautiful as the species is, there are a number of cultivars of Costus speciosus that are sought after as garden ornamentals. Most are not as hardy as the species and do not grow as tall. The cultivar 'Pink Shadow' is similar to the species but the white flowers are blushed with pink. The cultivar 'Variegatus' has green and white variegated leaves, flowers similar to the species, grows to 5-7 ft (1.5-2.1 m), but is only hardy to zone 9. The cultivar 'Foster Variegated' has reddish stems and broad creamy white striped leaves which are soft and furry to the touch. It only grows to 5 ft (1.5 m) tall and is less likely to flower than the species. The cultivar 'Nova' is a shorter plant, to about 3 ft (0.9 m), and has light green foliage and flowers similar to the species. Another short tetraploid is offered by Stokes Tropicals, and the description is similar to 'Nova'.

NOTE: some taxonomists still classify Costus and related genera in Zingiberaceae, the ginger family.

Costus speciosus is native to the Malay Peninsula of Southeast Asia, but it has naturalized in some tropical areas, including Hawaii. It is listed as a potential invasive plant in the Federated States of Micronesia, Guam, Republic of Palau, and in French Polynesia.


Crepe ginger is best used for dramatic effect in a tropical landscape, but also combines well with other tall perennials as a backdrop.

The crepe ginger is beautiful for its bold tropical foliage, and the flowers are just an added bonus. As with most gingers, this plant is easy to grow with virtually no pest problems.

Many gingers have culinary or medicinal uses. This species is not commonly used in western cultures, but the rhizome has been used in India and Southeast Asia to treat boils, constipation, diarrhea, dizziness, headache, vertigo, ear, eye, and nose pain, and to stop vomiting.


Following text taken from-

The sap of young leaves and stems can be taken internally for diarrhea, for ear infections and eye infections.

Make a decoction using 30g (1 ounce) of dried rhizome added to 570ml (2.5 US cups, 1 UK pint) of cold water. Bring to a boil and reduce to a simmer, continue heating until the liquid is reduced by half, then strain and bottle, being careful to label with the name of the herb and the date. This may be refrigerated for use within 3-4 days. The dose is up to 1 US cup (240ml, 8 fl oz) per day, split into 3 doses. This can be used to treat coughs and colds, congestion of the nose and lungs, and internal parasites. It can also be used externally to treat skin infections.

In Malaysia, the juice of the rhizome is used as a purgative.

Various studies have found that an extract of the rhizome can be used to lower blood sugar levels, to treat inflammation of the liver, to fight stress, and as an antioxidant. It also increased uterine contractions making it a useful birthing aid where contractions are insufficient. Significant quantities of diosgenin (used to produce artificial hormones such as progesterone) were also found.

Although crepe ginger has a reputation in some areas as an aphrodisiac, no studies have demonstrated this effect.


In JV, there are three plants in VC quarters.

Saturday, March 24, 2012


ତିଦ୍ଦିମ୍‌ ରୋଡ଼
ପାଠକସଂଖ୍ୟା କ୍ରମଶଃ ବୃଦ୍ଧି ହେଉଥିବା ଜାଣି କିଛି ଲେଖିବା ପାଇଁ ଇଚ୍ଛା ହେବା ସ୍ୱାଭାବିକ ଏଇ ଗତ କିଛିଦିନ ଚୁରଚନ୍ଦପୁର (ଶୁଦ୍ଧ ଓଡ଼ିଆରେ ଚୂଡ଼ଚନ୍ଦ୍ରପୁର) ଜିଲ୍ଲା ପରିଭ୍ରମଣ ର ସୁଯୋଗ ମିଳିଥିଲା ସହରଟିର ମଝିରେ ମେରୁଦଣ୍ଡ ପରି ତିଦ୍ଦିମ୍‌ ରୋଡ଼‍ ଧାବିତ ତିଦ୍ଦିମ୍‌ ରୋଡ଼ର ଭୂମିକା ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଅବିସ୍ମରଣୀୟ ଓ ଅନନ୍ୟ ନେତାଜୀ ସୁବାସଚନ୍ଦ୍ର ବୋଷ ବ୍ରିଟିଶ ସୈନ୍ୟଙ୍କୁ ପରାସ୍ତ କରି କରି ବର୍ମାଦେଶ(ମ୍ୟାନ୍‌ମାର୍‌)ରୁ ଭାରତକୁ ଏହି ରାସ୍ତା ଦେଇ ପ୍ରବେଶ କରିଥିଲେ ସହରଟି ଦେଶର ପୂର୍ବତମ ସୀମାରେ ରହୁଥିବା ହୋଟେଲ ପାଖରେ ଥିବା ଛକରୁ ତିଦ୍ଦିମ୍‌ ରୋଡ଼ ଛାଡ଼ି ପୂର୍ବ ଦିଗକୁ ୩୦ କି.ମି. ଗଲେ ବର୍ମାଦେଶ (ମ୍ୟାନ୍‌ମାର୍‌) ସୀମାକୁ ଅନ୍ୟ ଏକ ରାସ୍ତା ଓ ସେଠି ଅଛି ମୋରେଃ ମାର୍କେଟ୍‌, ବିଦେଶୀ ପଣ୍ୟଦ୍ରବ୍ୟର ଶସ୍ତା ବଜାର ତିନିଦିନରେ ଅନେକ ପ୍ରକାରର ଅଭିଜ୍ଞତା ହେଲା, ବାସ କରୁଥିବା ଜନଜାତିଙ୍କ ଜୀବନଧାରଣ ପ୍ରଣାଳୀ, ରାସ୍ତାଘାଟ, ଅଞ୍ଚଳର ଉନ୍ନତି ଆଡ଼କୁ ସରକାରଙ୍କ ଉଦାସୀନତା, ସାମାଜିକ ଅସ୍ଥିରତା ଇତ୍ୟାଦି ଅନେକ ଅଜବ ଘଟଣା ଦ୍ୱିତୀୟ ଦିବସରେ କିଛିଟା ଦର୍ଶନୀୟ ସ୍ଥାନ ଦେଖିବା ନିମନ୍ତେ ବାହାରିଲୁ ତିଦ୍ଦିମ୍‌ ରୋଡ଼ରେ ଇମ୍ଫାଲ୍‌ ଆଡ଼କୁ ଅଗ୍ରସର ହେଲେ ବିଷ୍ଣୁପୁର ଜିଲ୍ଲା ଅତିକ୍ରମ କଲା ପରେ ରାସ୍ତାରେ ପଡ଼େ ମୈରଙ୍ଗ ଏଠି ସର୍ବପ୍ରଥମେ ଭାରତଭୂମିରେ ତ୍ରିରଙ୍ଗ-ପତାକା ନେତାଜୀ ସୁବାସ ଚନ୍ଦ୍ରଙ୍କ ଦ୍ୱାରା ୧୯୪୪ ସାଲରେ ଉତ୍ତୋଳନ ହେଇଥିଲା ଏଇ ସ୍ଥାନର କିଛି ଚିତ୍ର ଦେଉଛି ପତାକା ଉତ୍ତୋଳନ ହେଇଥିବା ସ୍ଥାନରେ ଥିବା ଫଳକ ଓ ଉତ୍ତୋଳନ ହେଇଥିବା ସ୍ଥାନର ସ୍ମାରକପୀଠ, ନେତାଜୀଙ୍କ ପ୍ରତିମୂର୍ତ୍ତି, ଆଇ.ଏନ.ଏ. ସଂଗ୍ରହାଳୟ ପରି ଐତିହାସିକ ସ୍ଥାନ ସବୁ ଦେଖିବା ସୁଯୋଗ ମିଳିଥିବାରୁ ମନ ଭିତରେ ଥିଲା ଏକ ଭିନ୍ନ ଉତ୍ତେଜନା ଓ ଉତ୍ସାହ ବ୍ୟକ୍ତିବିଶେଷର ଦେଶକୁ ସ୍ୱାଧୀନ କରିବାର determination ଓ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସାଧାରଣ ଭାବଧାରାରୁ ସ୍ୱେଚ୍ଛାରେ ଚିରଚରିତ-କକ୍ଷ (orbit)ତ୍ୟାଗ ଭାବିଲେ ସେହି ପୂଜ୍ୟ-ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ମନରେ ଆସେ ଜୀବନକୁ ଉତ୍ସର୍ଗ କରି ଦେଶକୁ ସ୍ୱାଧୀନ କରିବା କେବଳ ପଣ କରିନଥିଲେ, ଏହି ଅସାଧ୍ୟ କାର୍ଯ୍ୟ ସାଧନ ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରି ସଫଳତା ବି ପାଇଥିଲେ ଜୀବନରେ କିଛି କରିବାକୁ ହେଲେ ଜଣକୁ କିଛି ’ହଟ୍‌କେ’ କରିବାକୁ ପଡ଼ିବ‍ ଅନ୍ୟ ଭାଷାରେ, ଅନ୍ତରୀକ୍ଷରେ ସମସ୍ତ ଗ୍ରହ, ନକ୍ଷତ୍ର ନିଜନିଜ କକ୍ଷରେ ଚିରାଚରିତ ନିୟମାନୁସାରେ ଅବିରତ ଘୂର୍ଣ୍ଣାୟମାନ କିଛି ଧୂମକେତୁ କକ୍ଷଚ୍ୟୁତ ହେଇ ନିଜ orbit ରୁ ବାହାରି ଆସି ଧ୍ୱଂସ ହେବାର ସମ୍ଭାବନା ଥିଲେ ବି ନୁତନ ଦିଗ, ନୁତନ ପୃଥିବୀ ଆବିଷ୍କାର କରିଥାଆନ୍ତି ଆମର ମାନବ ସମାଜରେ ଏଇମିତି orbit-breaker ବ୍ୟକ୍ତି-ବିଶେଷ ମାନେ ହିଁ ନୁତନ ଉପାୟ, ନୂତନ ଦିଗ ପାଇବାରେ ସଫଳ ହେଇଥାଆନ୍ତି ଏମିତି ମନେ ହେଲା ଯେମିତି ନେତାଜୀଙ୍କ ଏହି orbit-breaker ଗୁଣ ସର୍ବଦା ତାଙ୍କୁ ସଫଳତା ଆଡ଼କୁ ବଳେଇନେଉଥିଲା
ମୈରଙ୍ଗ ଛାଡ଼ି ଇମ୍ଫାଲ ଆଡକୁ ଅଗ୍ରସର ହେଲୁ ଇମ୍ଫାଲ ପହଞ୍ଚିବା ପୂର୍ବରୁ (ପ୍ରାୟଃ ସହରର ଉପକଣ୍ଠ କୁହାଯାଇପାରିବ) ରାସ୍ତାଟି ଦୁଇଟି ଛୋଟ ପାହାଡ଼ ମଝିରେ ଯାଇଛି କଥିତ ଅଛି ଯେ ଜାପାନୀ ସୈନ୍ୟ ଆସି ବ୍ରିଟିଶଙ୍କ ଏହି ସ୍ଥାନରେ ସହ ଘମାଘୋଟ ଯୁଦ୍ଧ କରିଥିଲେ ଇମ୍ଫାଲକୁ ଅକ୍ତିଆର କରିବା କଷ୍ଟକର ହେଉଥିଲା ଓ ଠିକ୍‌ ସେହି ସମୟରେ ହିରୋସିମା ଓ ନାଗାସାକିରେ bombing ହେଲା ଫଳ ସ୍ୱରୁପ ଜାପାନୀ ସୈନ୍ୟଗଣ ସାମୁହିକ ଆତ୍ମହତ୍ୟା (ହାରାକାରୀ) କରିଥିଲେ ପରବର୍ତ୍ତୀ କାଳରେ ଜାପାନ ସରକାର ଏକ ସ୍ମୃତିସୌଧ ନିର୍ମାଣ କରିଥିଲେ ତାର ଚିତ୍ର ତଳେ ଦେଲି ଲୋକେ କହନ୍ତି ବହୁ ବର୍ଷ ପରେ ସେହି ସୈନ୍ୟମାନଙ୍କ ବଂଶଧର ଜାପାନରୁ ଆସି ଏହି ସ୍ଥାନରୁ ନିଜ ନିଜ ଆତ୍ମୀୟଙ୍କ ଅସ୍ଥି ନେଇ ନିଜ ଜନ୍ମଭୂମିରେ ଉପଯୁକ୍ତ ସଂସ୍କାର କରିଥିଲେ ଏହି ନିରୀହ ସୈନ୍ୟମାନଙ୍କ ପ୍ରାଣହାନୀର ଏକ ପ୍ରକାର ପରୋକ୍ଷ କାରଣ ହେଲା ପରମାଣୁ ବୋମା ଭାରତର ଏକ ଏମିତି ଦୂରାନ୍ତ ଅଞ୍ଚଳରେ ଜାପାନିଜ୍‍ ଲିପିରେ ଲେଖା ଦେଖି ବଡ଼ କୌତୁକିଆ ଲାଗିଲା ଆଉ ଏକ ଅବସରରେ, ଟୋକିଓର ଏକ ରେସ୍ତୋରାଁରେ ଦେବନାଗରୀ ଲିପି ଲେଖା ହେଇଥିବା ଏକ ସଂସ୍କୃତ ଶ୍ଳୋକ ବିଷୟରେ ଲେଖିବି
ଫେରିଲା ବାଟରେ ଚୁରଚନ୍ଦପୁରର ମୋର ବନ୍ଧୁଙ୍କୁ ତିଦ୍ଦିମ ରୋଡ଼ ସହ ଜଡ଼ିତ ଅନ୍ୟ ଐତିହାସିକ ଘଟଣା ବିଷୟରେ ପଚାରିବାରୁ ଜଣାପଡିଲା ଯେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର-ତାରକା ହେଲେନ ତାଙ୍କ ମା’ଙ୍କ ସହ ଶରଣାର୍ଥୀ ଭାବରେ ବର୍ମାଦେଶ(ମ୍ୟାନ୍‌ମାର୍‌)ରୁ ଆସି ଇମ୍ଫାଲରେ ରହି ପୁଣି ଜୋରହାଟ, ଗୁଆହାଟି ଦେଇ ବମ୍ବେନଗରୀ (ମୁମ୍ବୈ)ରେ ପହଞ୍ଚିଥିଲେ ଲର୍ଡ଼ କର୍ଜନ ଏହି ରାସ୍ତାଦେଇ ରଙ୍ଗୁନ୍‌ରୁ ଆସି କଲିକତା ଯାଇଥିଲେ ପାର୍ଶ୍ୱବର୍ତ୍ତୀ ସୁଗ୍ନୁ ରୋଡ଼ରେ ଅବସ୍ଥିତ ସାଇକୋଟ ଗ୍ରାମର ମୁଖିଆଙ୍କ ଆତିଥ୍ୟ ଗ୍ରହଣ କରିଥିବା ଘଟଣାଟି ପରେ ନେତାଜୀଙ୍କୁ ଏହି ଅଞ୍ଚଳରେ ଆଉ କେହି ଦେଖି ନଥିଲେ କଥିତ ଯେ, ସେହି ଘଟଣା ପରେ ପରେ ନେତାଜୀଙ୍କ ନିଖୋଜ ହେବା ଘଟିଥିଲା
ଛୁଟିଦିନରେ ସପରିବାର ବୁଲିବା ନିମନ୍ତେ ଇମ୍ଫାଲ୍‌ ଏକ ସୁନ୍ଦର ସ୍ଥାନ, କଲିକତା ତଥା ଗୁଆହାଟିରୋ ଫ୍ଲାଇଟ ମିଳେ, ଇମ୍ଫାଲରେ ରହିବାବି ବିଶେଷ ମହଙ୍ଗା ନୁହେଁ ମୈରଙ୍ଗ ତଥା ଲାକ୍‌ଟକ୍‍ ହ୍ରଦ ଇମ୍ଫାଲରୁ taxi ରେ ଯାଇହେବ ମଣିପୁରି ମିଲ୍‌ ଖାଇବା ଇଚ୍ଛା ଥିଲେ ରାଇସ୍‍-ହୋଟେଲ୍‌ ପଚାରିବେ, ଆମେ ଖୋଜି ଖୋଜି ଅତି ଆନନ୍ଦ ମନରେ ନିରାମିଶ ଭୋଜନ ଶର୍ମା ହୋଟେଲରେ ଖାଇଲୁ ଚାଇନିଜ୍‌ ଭୋଜନ ତ ଅତି ସ୍ୱାଦିଷ୍ଟ

-ଅରୁନ୍‌ ପୂଜାରୀ

Monday, March 19, 2012


କିଛିଦିନ ତଳେ ନିମ୍ନ ଲେଖାଟି ଲେଖିଥିଲି ଆଜିର ପ୍ରସଙ୍ଗ ସହ ଜଡ଼ିତ ପାଠକ ମାନଙ୍କୁ ଅନୁରୋଧ ତାଙ୍କ ମତ ପ୍ରକାଶ କରନ୍ତୁ


ଏଇମିତି ଦିନେ ପୁଟ୍ଟପର୍ତ୍ତି ଯିବାକୁ ସୁଯୋଗ ମିଳିଥିଲା, ଭକ୍ତ ଭାବରେ ବା କୌଣସି ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ ନୁହେଁ, ବରଂ ସେଠି ଥିବା ବିଶ୍ୱବିଦ୍ୟାଳୟରେ କୌଣସି ଏକ ଗବେଷଣା ସନ୍ଦର୍ଭଟିର ଏକ ପରୀକ୍ଷକ ଭାବରେ ଥିଲା ଆମନ୍ତ୍ରଣ . ବାବାଙ୍କ ଭକ୍ତ ହେବା କିମ୍ବା ବିରୋଧି ବା ସମାଲୋଚକ ହେବା ଭାବନା ମନରେ କେବେ ଆସିନଥିଲା . କିନ୍ତୁ ତା’ମାନେ ନୁହେଁ ଯେ ମୁଁ ବାବାଙ୍କ ପ୍ରସିଦ୍ଧି, ଜନପ୍ରିୟତା, ଚମତ୍କାରିତା, ଆଧ୍ୟାତ୍ମିକ ଓ ନୈସର୍ଗିକ ବ୍ୟକ୍ତିତ୍ୱ ବିଷୟରେ ଅଜ୍ଞ ଥିଲି . ମନେପଡେ, ୧୯୬୮ ସାଲରେ ସଂସ୍କୃତ ଟୁଇଶନ ସାରଙ୍କ ଘର ସମ୍ମୁଖ ଘରୁ ବାବାଙ୍କ ଫଟୋରୁ ବିଭୁତି ଝରିବା ଶୁଣି ମହିଳାମାନଙ୍କ ଗହଳି . ଏବେବି ମନେ ଅଛି ଆଇ.ଆଇ.ଟି ହଷ୍ଟେଲରେ ଉଦୀୟମାନ ବୈଜ୍ଞାନିକ ମାନଙ୍କର ତର୍କବିତର୍କ- ଶୂନ୍ୟରୁ ପାର୍ଥିବ-ବସ୍ତୁ ସୃଜନ କରିବାର ବାବାଙ୍କ ଚମତ୍କାରିତାର ସତ୍ୟତା ଉପରେ . ପରବର୍ତ୍ତୀ କାଳରେ କିଛି ସମ୍ପର୍କୀୟଙ୍କ ନିୟମିତ ପୁଟ୍ଟପର୍ତ୍ତି ଯାତ୍ରା ସମୟରେ ହାଇଦ୍ରାବାଦରେ ସେମାନଙ୍କ ଆତିଥ୍ୟର ସୁଯୋଗ ଓ କେବେ କେମିତି ରେଳଯାତ୍ରା ସମୟରେ ଶିଶୁ ସନ୍ତାନକୁ ବାବାଙ୍କ ଆଶ୍ରମରେ ଛାଡି ଫେରିଆସୁଥିବା ପିତାମାତାଙ୍କ ସହ ଯାତ୍ରା କରିବା ସୁଯୋଗ ବ୍ୟତୀତ ମୋର ବାବାଙ୍କ ବିଷୟରେ ବିଶେଷ କିଛି ଜାଣିବାକୁ ସୁଯୋଗ ମିଳିନଥିଲା . ଭକ୍ତର ଭଗବାନ ପ୍ରତି ଆସ୍ଥା ଯେ ବାତ୍ସଲ୍ୟ-ବିରହ-ବେଦନା ଅପେକ୍ଷା ଅଧିକ ଶକ୍ତିଶାଳୀ ତାହା ସହଯାତ୍ରୀ ମାତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ଥିଲା . ଆମନ୍ତ୍ରଣ ପାଇବାପରେ ମନରେ ଅସୀମ କୌତୁହଳ .
ହାଇଦ୍ରାବାଦରୁ ଟ୍ରେନରେ ନିକଟବର୍ତ୍ତୀ ଷ୍ଟେସନରେ ଓହ୍ଲାଇ କାରରେ ପ୍ରଶାନ୍ତି ନିଲୟମ ପହଞ୍ଚିଲା ବେଳକୁ ସକାଳ ଛ’ଟା . ଆଶ୍ରମ ଭିତରେ ଏକ ଗେଷ୍ଟହାଉସରେ ରହିବା ବ୍ୟବସ୍ଥା ହେଇଥିଲା . ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଆସି ଠିକ ୭ଟାରେ ମୋତେ ତାଙ୍କ ଅନୁଷ୍ଠାନକୁ ନେଇ ଗଲେ . ସେଦିନ ବାବା ଆସି ବିଦ୍ୟାର୍ଥୀମାନଙ୍କୁ ଉଦ୍‌ବୋଧନ ଦେବାର ଥିଲା . ଆମେ ସିଧା ଅଡିଟୋରିୟମକୁ ଗଲୁ . ସଭାଗୃହଟି ଅତି ପ୍ରଶସ୍ତ . ମୋତେ ଆଗଧାଡିକୁ ନେଇଗଲେ, ସେଠି ସଂସ୍ଥାର ବିଭିନ୍ନ ପ୍ରଫେସର, ଡିନ୍‌ ଆଦିଙ୍କ ସହ ପରିଚୟ ହେଲା . ଠିକ ସମୟରେ ସଭାକାର୍ଯ୍ୟାରମ୍ଭ ହେଲା, ବାବା ଆସି ସଭାମଞ୍ଚରେ ସିଂହାସନରେ ଉପବିଷ୍ଟ . ଭଜନ, ପ୍ରାର୍ଥନା ତଥା ସ୍ୱାଗତ ସମ୍ବର୍ଦ୍ଧନା ଆଦି ଔପଚାରିକତା ଉପରାନ୍ତ ବାବା ଅଭିଭାଷଣ ଦେବା ଆରମ୍ଭ କଲେ . ସେ ତେଲୁଗୁରେ କହୁଥିଲେ ଓ ଜଣେ ଭକ୍ତ ତାକୁ ଇଂରାଜୀରେ ଅନୁବାଦ କରୁଥିଲେ . ଆଗଧାଡିରେ ବସିଥିବାରୁ ଅତି ନିକଟରୁ ବାବାଙ୍କୁ ମୁଁ ଦେଖି ପାରୁଥିଲି . ସଭାରେ ଉପସ୍ଥିତ ପ୍ରାୟ ସମସ୍ତେ ଯୋଡହସ୍ତରେ ତଳକୁ ମୁଁହ କରି ଧର୍ମୋପଦେଶ ପିଇଯାଉଥିଲେ . ମୁଁ କେବଳ ବକ୍ତୃତା ଶୁଣୁନଥିଲି, ବକ୍ତାଙ୍କ ବ୍ୟକ୍ତିତ୍ୱର ଗଭୀରତାକୁ କଳନା କରିବାକୁ ଚେଷ୍ଟା କରୁଥିଲି . ବକ୍ତବ୍ୟର ବିଷୟବସ୍ତୁ ଥିଲା ମାନବୀୟ ଧର୍ମ ଓ ଚରିତ୍ର ଗଠନ . ଅତି ସରଳ ଭାଷାରେ, ଆବଶ୍ୟକ ଅନୁଯାୟୀ କିଛିଟା ସଂସ୍କୃତ ଶ୍ଳୋକ, କିଛିଟା ଦୈନନ୍ଦିନ ବ୍ୟବହାରିକ ଉଦାହରଣ ଦେଇ ମାନବୀୟ ମୂଲ୍ୟବୋଧର ଗୁରୁତ୍ୱ ଓ ତାହାଯେ ଶିକ୍ଷାର ଏକ ଅଭିନ୍ନାଙ୍ଗ; ତାର ଯଥାର୍ଥତା ପ୍ରାଞ୍ଜଳଭାବରେ ବ୍ୟାଖ୍ୟା କରୁଥିଲେ . ବକ୍ତବ୍ୟ ଶିକ୍ଷକୀୟ-ଶୈଳୀରେ ଥିଲା; ଥିଲା ଏକ ଅଭିଜ୍ଞ, ଜ୍ଞାନାଗ୍ନୀରେ ପକ୍ୱ ଓ ଏକାଧିକ ଜ୍ଞାନସ୍ରୋତର ତ୍ରିବେଣୀ-ସ୍ନାତ ଶିକ୍ଷକର ନିଜ ସନ୍ତାନ-ପ୍ରାୟ ଆବାଳବୃଦ୍ଧବନିତାଙ୍କ ପ୍ରତି ସ୍ୱାନୁଭୂତିୟ ବିଦ୍ୟା ଦ୍ୱାରା ଦିଗଦର୍ଶନ . ମୋର ଯାହା କିଛି ଶିକ୍ଷକତାର ଅଭିଜ୍ଞତା, ସେଥିରୁ ମୁଁ ଜାଣୁଥିଲି ସମ୍ମୁଖରେ ଥିବା ବକ୍ତା ସାଧାରଣ ଶିକ୍ଷକଙ୍କ ପରି ପୂର୍ବ ରାତ୍ରୀରୁ ଶ୍ରେଣୀ-ପ୍ରସ୍ତୁତି କରି ବିଦ୍ୟାର୍ଥୀମାନଙ୍କୁ ଅନର୍ଗଳ ଭାଷଣ ଦେଉନାହାନ୍ତି, ଶିକ୍ଷକ ଜଣକ ନିଶ୍ଚୟ ଅସୀମ ଜ୍ଞାନ-ଆହରଣ ପଶ୍ଚାତ୍‌ ସ୍ୱୟଂ ସେଇ ଜ୍ଞାନକୁ ଅନ୍ତରରେ ଅନୁଭବ କରିଛନ୍ତି, ସେଇ ଜ୍ଞାନ-ସାଗରରେ ବାରମ୍ବାର ସନ୍ତରଣ କରି; ଚେତନା, ବିବେକ, ଜ୍ଞାନ ତଥା ବୈଦିକ ରୀତିର ଏକ ଅମୃତ ମିଶ୍ରଣ ଆଜି ସମଗ୍ର ଜଗତକୁ ବିତରଣ କରିବାରେ ଲାଗିଛନ୍ତି . କୌଣସି ଦେବଦତ୍ତ ସିଦ୍ଧପୁରୁଷ ଦ୍ୱାରାହିଁ କେବଳ ଏ କାର୍ଯ୍ୟସିଦ୍ଧି ସମ୍ଭବ . ବକ୍ତବ୍ୟର ବିଷୟବସ୍ତୁ ଥିଲା ଅତି ଭାରି କିନ୍ତୁ ବକ୍ତବ୍ୟ-ଶୈଳୀ ଥିଲା ଅତି ଆନନ୍ଦଦାୟୀ, ଉପଭୋଗ୍ୟ; ବକ୍ତା ଥିଲେ ଅତି ଶାନ୍ତ, ତାଙ୍କ ମୂଖ-ନିସୃତ ବାଣୀ ଥିଲା ଜ୍ୟୋତ୍ସ୍ନା-ପ୍ରାୟ ଶୀତଳ କିନ୍ତୁ ଶକ୍ତ ଓ ତୀକ୍ଷ୍ଣ-- ଶ୍ରୋତାର ଚରିତ୍ରକୁ ଘଷି, ମାଜି କାଞ୍ଚନ-ସଦୃଶ କରିବା ନିମନ୍ତେ .
ସରୁ ସରୁ ୯ଟା ବାଜିଗଲା, ଏତେସମୟ କେମିତି ଅତିବାହିତ ହେଲା ଜଣାପଡିଲା ନାହିଁ . ସଭା ସମାପ୍ତି ପରେ ସଂସ୍ଥାର ଡିନ୍‌ ଆସି ମୋତେ ଡାକି ନେଲେ ପ୍ରାତଃଭୋଜନ ପାଇଁ . ସେମାନଙ୍କ ଅତିଥିସତ୍କାର ମୋତେ ଅପ୍ରତିଭ ଲାଗୁଥାଏ . ଏକ ସାଧାରଣ ପରୀକ୍ଷକକୁ ଏତେ ଗୁରୁତ୍ୱ ପ୍ରଦାନକରୁଥିବା ମୋତେ ବିସ୍ମିତ କରୁଥିଲା . ଅନୁଷ୍ଠାନର କୁଳପତି, ଡିନ ଆଦି ସମସ୍ତେ ମୋର ରହିବା, ଖାଇବା, ଆସିବା ଓ ଯିବାରେ ଆଶାତୀତ ଆଗ୍ରହ ପ୍ରଦର୍ଶନ କରୁଥାଆନ୍ତି . ପରୀକ୍ଷା ଆରମ୍ଭ କରିବା ଶୁଭମୁହୂର୍ତ୍ତ ଗଣନା ହେଇଥାଏ ୯.୪୭ . ତେଣୁ ଲଗ୍ନସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା .
ପି.ଏଚ.ଡି ଭାଇଭା ଆରମ୍ଭ ହେବାମାତ୍ରକେ ସନ୍ଦର୍ଭଟା ଅତି ପରିଚିତ ମନେ ହେଲା . କିଛି ବର୍ଷ ତଳେ ଏଇ ସନ୍ଦର୍ଭଟା ମୋ ପାଖକୁ ସମୀକ୍ଷାର୍ଥେ ଆସିଥିଲା . ମୁଁ ତାକୁ ପୁରାପୁରି ନାକଚ ନକରିଥିଲେ ବି ନିଜର ଅସନ୍ତୋଷ ପ୍ରକାଶ କରିଥିଲି ଓ ସନ୍ଦର୍ଭଟା ପି.ଏଚ୍‌.ଡି ଡିଗ୍ରି-ଯୋଗ୍ୟ ବିବେଚିତ ହେବାକୁ ହେଲେ ଆଉ କିଛି ଅଧିକ ଓ ଉନ୍ନତ କାମ କରି ପୁନଃ ଜମା କରିବା ପ୍ରସ୍ତାବ ଦେଇଥିଲି . ଘଟଣାଟି ମୁଁ ଭୁଲି ଯାଇଥିଲି . ଭାଇଭା ଆରମ୍ଭ ହେଲା, ମୋର ସହ-ପରୀକ୍ଷକ ଥିଲେ ଆଇ.ଆଇ.ଟି ମାଡ୍ରାସର ପ୍ରଫେସର ରାଘବନ, ଦେଶ ବିଦେଶରେ ତାଙ୍କର ବେଶ ଖ୍ୟାତି . ତାଙ୍କ ସମ୍ମୁଖରେ ମୋର ଉପସ୍ଥିତି ଏକ ପର୍ବତ ପାଦଦେଶର ଥିବା ଏକ ଉଇହୁଙ୍କା ସଦୃଶ . ତଥାପି କୌଣସି ଅଜ୍ଞାତ କାରଣରୁ ଅନୁଷ୍ଠାନର ସମସ୍ତ ଅଧିକାରୀ ମୋର ମତକୁ ବିଶେଷ ଗୁରୁତ୍ୱ ଦେଉଥିଲେ ଓ ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୋର ସନ୍ତୁଷ୍ଟି . ଭାଇଭା ସରିଲା ବେଳକୁ କାରଣଟି ଜଣା ପଡିଲା . ପ୍ରଫେସର ରାଘବନ ବାବାଙ୍କ ଭକ୍ତ ଓ ପ୍ରଶାନ୍ତି-ନିଲୟମକୁ ନିୟମିତ ଭାବରେ ଆସନ୍ତି . ପରୀକ୍ଷାର୍ଥୀଙ୍କ ସହ ତାଙ୍କର ପୂର୍ବ ପରିଚୟ ଥିଲା ଓ ତାଙ୍କର ରିପୋର୍ଟ ସହାନୁଭୁତିଶୀଳ ଥିଲା . ତୃତୀୟ ବିଦେଶୀ-ପରୀକ୍ଷକ ଜଣଙ୍କ ରିପୋର୍ଟବି ଏକପ୍ରକାର ସନ୍ତୋଷଜନକ ଥିଲା, କହିଥିଲେ “ଆମ ଦେଶରେ ନହେଲେ ବି ଭାରତରେ ଉପଲବ୍ଧ ସୁବିଧା, ସୁଯୋଗକୁ ଦେଖିଲେ ସନ୍ଦର୍ଭଟି ପି.ଏଚ.ଡି-ଯୋଗ୍ୟ କୁହାଯାଇପାରିବ” . କେବଳ ମୋର ରିପୋର୍ଟଟିରେ କିଛି ଅଭିଯୋଗ ଥିଲା . ପରୀକ୍ଷାର୍ଥୀଜଣକ ଅନୁଷ୍ଠାନର କର୍ତ୍ତୁପକ୍ଷଙ୍କୁ ମୋ ରିପୋର୍ଟକୁ ଉପେକ୍ଷାକରି ଡିଗ୍ରିପ୍ରଦାନର ସମ୍ମତି ଭିକ୍ଷାକରିଥିଲେ . କର୍ତ୍ତୁପକ୍ଷ ବିଭିନ୍ନ ପରାମର୍ଶ, ବିଚାର ବିମର୍ଶ ପରେ ବୋଧହୁଏ ପରୀକ୍ଷାର୍ଥୀଙ୍କ ଅନୁରୋଧକୁ ସ୍ୱୀକାର କରିବା ପ୍ରସ୍ତୁତ ହେଉଥିଲେ . ମନେହୁଏ, ବାବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଦ୍ଦେଶଦେଇଥିଲେ ଯେ ମୋର ଦେଇଥିବା ରିପୋର୍ଟ ଅନୁଯାୟୀ ସନ୍ଦର୍ଭର ପୁନଃ-ପ୍ରସ୍ତୁତି ଆବଶ୍ୟକ ଓ ମୋର ସକରାତ୍ମକ ରିପୋର୍ଟ ଅନିର୍ବାର୍ଯ୍ୟ . ମୁଁ ଏବେ ବୁଝିପାରିଲି ମୋର ଭି.ଆଇ.ପି.ତୂଲ୍ୟ ଅତିଥିସତ୍କାର ପାଇବାର ପଛରେ ଥିବା ଗୂଢ ରହସ୍ୟ . ପରୀକ୍ଷାର୍ଥୀ ବାଧ୍ୟ ହେଇ ସନ୍ଦର୍ଭ ଯଥାସମ୍ଭବ ସଂଶୋଧନ କରିଥିଲେ ଓ ତାଙ୍କର ଏଇ ପ୍ରଚେଷ୍ଟା ପରେ ମୋର ସକରାତ୍ମକ ରିପୋର୍ଟ ଦେବାରେ କିଛି ଆପତ୍ତି ନ ଥିଲା .
ରାଘବନଙ୍କ ସହ ଗେଷ୍ଟହାଉସକୁ ଫେରିଆସିଲୁ ଓ ସେଠିହିଁ ଭୋଜନ ପରିବେଷଣ କରା ଗଲା . ଭୋଜନ ଉପରାନ୍ତ ଆଶ୍ରମର ଜଣେ ଭକ୍ତ କାରଟିଏ ଆଣି ମୋତେ ଆଶ୍ରମ ବୁଲି ଦେଖିବାକୁ ନେଇଗଲେ . ଆମେ ସେଠିକାର ଚିକିତ୍ସାଳୟକୁ ଗଲୁ . ମୋ ପାଇଁ ସ୍ୱତନ୍ତ୍ର ଅନୁମତି ଥାଏ ଓ ଫଳତଃ ଚିକିତ୍ସାଳୟର ବିଭିନ୍ନ ଅନ୍ତପୁରକୁ ଯାଇ ଦେଖିବାର ସୁଯୋଗ ମିଳିଥିଲା . ଚିକିତ୍ସାଳୟର ଭିତ୍ତିଭୁମୀୟସୁବିଧା ସୁଯୋଗ, ପରିଚାଳନା ପ୍ରଣାଳୀ, ପରିଷ୍କାର ପରିଚ୍ଛନ୍ନତା ବଡ ବେଭାରତୀୟ ଲାଗୁଥାଏ . ଭକ୍ତ ଜଣକ ଅତି ତରବରରେ ଥିବା ଜଣା ପଡୁଥିଲେ, ଅପରାହ୍ନର ଦର୍ଶନ ସମୟ ପାଖେଇଆସୁଥାଏ . ତେଣୁ ଶୀଘ୍ର ଆଶ୍ରମ ଅଭିମୁଖେ ପ୍ରସ୍ଥାନ କରିବା ପାଇଁ ପ୍ରସ୍ତୁତ ହେଲା ବେଳକୁ ଜଣେ ଭଦ୍ରବ୍ୟକ୍ତି ଯୋଗ ଦେଲେ . ଭକ୍ତ ହେଇଥିବେ ବୋଧହୁଏ, ଶ୍ୱେତବସ୍ତ୍ର ପରିଧାନ କରିଥିଲେ . କାରରେ ବସିଲାପରେ ପରିଚୟ ଆଦାନପ୍ରଦାନରୁ ଜଣା ପଡିଲା, ସେ ଆମେରିକାର ଜଣେ ଡକ୍ଟର ଓ ଆସିଛନ୍ତି ଏକ ଆଧୁନିକ, ଜଟିଳ ଚିକିତ୍ସା ଉପକରଣ ଆମେରିକାରୁ ଆଣି ପୁଟ୍ଟପର୍ତ୍ତିରେ ସ୍ଥାପନ କରିବା ଉଦ୍ଦେଶ୍ୟରେ . ମୋ ସାଙ୍ଗରେ ଆଶ୍ରମକୁ ଯାଉଛନ୍ତି ବାବାଙ୍କ ଦର୍ଶନାର୍ଥେ . ଦର୍ଶନ ସ୍ଥାନରେ ପହଞ୍ଚିଲାବେଳକୁ, ଅନୁଷ୍ଠାନର କୁଳପତି ତଥା ବିଶିଷ୍ଟ ପ୍ରଫେସରଗଣ ମୋତେ ପାଛୋଟି ନେଲେ ଏକ ହଲକୁ . ଅଗଣ୍ୟ ଆଶାୟୀ ଭକ୍ତ ସେଠି ଅପେକ୍ଷାରତ, ବାବାଙ୍କ ଦର୍ଶନ ଅଭିଳାଷରେ . ସମ୍ମୁଖର ମଧ୍ୟଭାଗରେଥିବା ସତରଞ୍ଜି ଉପରେ ମାନ୍ୟଗଣ୍ୟ ବ୍ୟକ୍ତି କିଛି ବସିଥାଆନ୍ତି . ମୋର ସେଠି ବସିବା ବନ୍ଦୋବସ୍ତ ହେଇ ଥାଏ . ମୁଁ ଓ ଡକ୍ଟରଜଣକ ଦ୍ୱିତୀୟ ଧାଡିରେ ବସିଲୁ . ସେ କଡରେ ବସିଲେ ଓ ତାପରକୁ ମୁଁ ସ୍ଥାନ ନେଲି . ଭଜନ ଅତି ଜୋରରେ ଚାଲିଥାଏ . ବାବା ହଲରେ ପ୍ରବେଶ କରିବାମାତ୍ରେ ଭଜନ ଆହୁରି ଜୋର ଧରିଥାଏ . ସମସ୍ତ ଭକ୍ତ ଜୋଡହସ୍ତରେ, ହାତରେ କିଛି କାଗଜ ଧରି ବସିଥାଆନ୍ତି . ଭଗବାନ ଶ୍ରୀ ସତ୍ୟସାଇବାବା ଅତି ଧୀର ଗତିରେ ଆମ ବସିବା ସତରଞ୍ଜି ଚାରି ପାଖରେ ପଡିଥିବା ଗାଲିଚାରେ ଚାଲିବା ଆରମ୍ଭ କଲେ . ଅତି ଶାନ୍ତ, ଧୀର, ଦୈବିକ ଥିଲା ତାଙ୍କ ମୂଦ୍ରା . ବାମ ହସ୍ତଟି ସିଧାଭାବରେ ଝୁଲୁଥିଲା ଓ ସେ ହାତରେ ସେ ଧରିଥିଲେ ଭକ୍ତମାନଙ୍କଠାରୁ ଗ୍ରହଣ କରିଥିବା କାଗଜଫର୍ଦ୍ଦ ସବୁ . ସେଇ କାଗଜମାନଙ୍କରେ କେତେଯେ ଭକ୍ତ ନିଜନିଜର ସମାସ୍ୟା ଓ ତାର ସମାଧାନ ନିମନ୍ତେ ଦିଗଦର୍ଶନର ଅନୁରୋଧ ଲେଖିଥିଲେ . ଦକ୍ଷିଣ ହସ୍ତଚାଳନ ମୂଦ୍ରା ଓ ମୁଖର ଭାବ ଦେଖିଲେ ମନେହେଉଥାଏ ସତରେ ଯେମିତି ଭକ୍ତଜଗତକୁ ଭଗବାନ କିଛି ପ୍ରଶ୍ନ କରୁଛନ୍ତି . ସାଧାରଣ ବ୍ୟକ୍ତି ବୁଝେ ସତେ ଯେମିତି ବାବା ପଚାରୁଛନ୍ତି, “ୟେ କଣ” . କିନ୍ତୁ ଭକ୍ତର ଭଗବାନ ସହ ଯେଉଁ ନୈସର୍ଗିକ ଯୋଗାଯୋଗ ରହିଛି ସେଥିରେ ସେଇ ଭାବକୁ ଅନେକ ରୁପ ଦିଆଯାଇପାରେ- ସତେ ଯେମିତି “ରେ ମୂଢ, ଏ ଆସକ୍ତି କି’ପାଇଁ”! ବା “ତୋତେ ସବୁ ମାୟା ତ୍ୟାଗର ପଥ ଦେଖାଇଛି, ପୁଣି ଏ ମାୟା କାହିଁକି . ” ଇତ୍ୟାଦି ଇତ୍ୟାଦି . ମୋ ପରି ଅଭକ୍ତକୁ କିଛି ବୁଝା ପଡୁନଥାଏ . ବାବା ଆସି ଆମ ବସିବା ଜାଗା ପାଖରେ ସ୍ଥିର ହେଇ ରହିଗଲେ, ଡକ୍ଟରଜଣଙ୍କ ଅତି ନିକଟରେ . ଡକ୍ଟର ଜଣକ ଭକ୍ତିରେ ଗଦଗଦ ହେଇ ସିଧା ସାଷ୍ଟାଙ୍ଗ ପ୍ରଣିପାତ କଲେ . ବାବା ନିଜେ ତାଙ୍କୁ ହାତରେ ଉଠାଇଆଣିଲେ . ଡକ୍ଟର ନିଜର ପରିଚୟ ଦେଲେ ଓ ବାବା ଆଶୀର୍ବାଦ ଦେବା ଉଦ୍ଦେଶ୍ୟରେ ଦକ୍ଷିଣ ହସ୍ତ ବୁଲାଇ ଆଣି ଡକ୍ଟରଙ୍କ ଶିରରେ ଦେଉଦେଉ ଏକ ରୁପାର ହାର ପ୍ରକଟ ହେଲା ଓ ଭକ୍ତ ଜଣକ ତାହା ପାଇ କୃତଜ୍ଞତାରେ ନିଜକୁ ଧନ୍ୟ ମନେ କଲେ . ପୂର୍ବଶ୍ରାବ୍ୟ ଚମକ୍ତାରଶକ୍ତିର ପ୍ରଦର୍ଶନ ମୋତେ ଅତି ସମୀପରୁ ଦୃଶ୍ୟ ହେଲା .
ସଂଧ୍ୟା ହେଉହେଉ ମୋର ପ୍ରତ୍ୟାବର୍ତ୍ତନର ସମୟ ହେଇଯାଇଥିଲା . ରେଳଷ୍ଟେସନରେ ଆସି ନିର୍ଜନ ପ୍ଲାଟଫର୍ମରେ ରେଳଗାଡିକୁ ଅପେକ୍ଷା କରିବା ସମୟରେ କିଛି ଘଣ୍ଟାଭିତରେ ଘଟିଯାଇଥିବା ଏତେଟା ଘଟଣାକୁ ଖେଳେଇଖେଳେଇ କଳ୍ପନାରେ ପୁନଃପୁନଃ ରିପ୍ଲେ କରୁଥାଏ . ମନରେ ଏକ ପ୍ରକାର ତୃପ୍ତାନୁଭୁତି ଥିଲା ଯେ ମୋ ପରି ଅଭକ୍ତକୁ ପ୍ରଥମ ଯାତ୍ରାରେ ବାବାଙ୍କ ଯେତେ ପରିମାଣରେ ସାନ୍ନିଧ୍ୟ ପ୍ରାପ୍ତ ହେଲା ତାହା ବୋଧହୁଏ ଅନେକ ପୋଖତ ଭକ୍ତଙ୍କୁ ଅପ୍ରାପ୍ୟ ହେଇଥିବ . ପ୍ରଭାତର ଉଦ୍‌ବୋଧନ, ଥେସିସ୍‌ ସମୀକ୍ଷାରେ ସ୍ୱଛଳତା, ମଲ୍ଟିସ୍ପେସିଆଲିଟି ଚିକିତ୍ସାଳୟର ସ୍ଥାପନା, ବିଦେଶର ସୁନାମଧନ୍ୟ ଚିକିତ୍ସକଙ୍କ ସହ ଯୋଗାଯୋଗ, ସେମାନଙ୍କ ସହଯୋଗର ଯଥୋଚିତ ସମ୍ମାନ, ଏ ସବୁ ଚମତ୍କାର ନୁହେଁ ତ ଆଉ କଣ . ତେବେ ବାବାଙ୍କ ସମାଲୋଚକ ମାନେ କଣ ଏଇ ଚମତ୍କାର ଶକ୍ତିକୁ ଦେଖି ପାରୁନାହନ୍ତି .
ଏଇ ଘଟଣାର ଅନେକ ବର୍ଷ ଅତିବାହିତ ହେଇଯାଇଛି . ବାବାଙ୍କ ମହାପ୍ରୟାଣ ଦିନ ଅକସ୍ମାତ ବିଗତ ଦିନର ସ୍ମୃତିର ଏଇ କିଛି ପୃଷ୍ଠା କେଉଁ ଅତାଳତାଳ ଗହୀରରୁ ଉଙ୍କି ମାରିଲା . ବୋଧହୁଏ ସେଦିନ ତାଙ୍କର ମହାପ୍ରୟାଣର କାମନା କରି ପ୍ରାର୍ଥନା ବା ଭଜନ କରିବା ଅପେକ୍ଷା ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଇ ସମାଜ ପାଇଁ କିଛି ଚିନ୍ତା କରିବାଟା ଅଧିକ ପ୍ରଯୁଜ୍ୟ . ମୁଁ ସିନା ତାଙ୍କ କେବେ ଭକ୍ତ ନ ଥିଲି କିନ୍ତୁ ଆମ ସହରରେ, ଆମ ବିଶ୍ୱବିଦ୍ୟାଳୟରେ ତାଙ୍କ ଅଗଣିତ ଭକ୍ତ . ତେବେ ମନରେ ପ୍ରଶ୍ନ ଉଠେ ଏବେ ବି କାହିଁକି ସ୍ୱଜନଙ୍କ ଥେସିସ୍‌ରେ ପରୀକ୍ଷକଙ୍କ କିଛି ଆପତ୍ତି ହେଲେ, ଭକ୍ତ-ସହକର୍ମୀମାନେ ପରୀକ୍ଷକ ବଦଳେଇବା ଅନୁରୋଧ କରୁଥାଆନ୍ତି . କ’ଣ ଏବେବି ବାବାଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ହସ୍ତକ୍ଷେପ ନିହାତି ଆବଶ୍ୟକ . ତାହେଲେ ଏଇ ଭକ୍ତଗଣ କଣ ସର୍ବଦା ଅବୋଧ ଶିଶୁ ହେଇ ରହିଥିବେ ଓ ବାବା ଅବା ତାଙ୍କ ଭାବି-ଅବତାର ସର୍ବଦା ସେଇ ସେଇ ଶିକ୍ଷା ଦେଇଚାଲିଥିବେ ?


ଜ୍ୟୋତିବିହାରରେ ଘଟୁଥିବା ଘଟଣାର କିଛି କିଛି ଖବର ବନ୍ଧୁ ମାନେ ଦେଉଥାଆନ୍ତି . ଜାଣିବାକୁ ପାଇଲି ମୋର ପୂର୍ବ ଲେଖାଟି ଅନେକଙ୍କୁ ଆଘାତ ଦେଲା . ଶୁଣିବାକୁ ପାଇଲି ଯେ କିଛି ବନ୍ଧୁ ସେଇ ଲେଖାର print-out ନେଇ ବାଣ୍ଟିଥିଲେ . ମୁଁ ଜାଣି ନଥିଲି ଯେ ମୋ ବ୍ଲଗଟିର ପାଠକସଂଖ୍ୟା ଏତେ ଅଧିକ . ଆଜି ଯାହା ହେଲା ଅତି ଦୁଃଖଦାୟକ . ବୋଧହୁଏ କିଛି ବନ୍ଧୁ କଥାଟାକୁ ଭିନ୍ନ ଅର୍ଥରେ ନେଲେ . ବ୍ଲଗ ଲେଖିବାଟା ଏକ ପ୍ରକାରରେ ଦେଖିଲେ ନିହାତି ଏକ private କାର୍ଯ୍ୟକଳାପ, ଏକ ସୀମିତ ଗୋଷ୍ଠୀରେ କିଛିଟା ବ୍ୟକ୍ତିଗତ ଭାବର ଆଦାନ-ପ୍ରଦାନ, କିଛିଟା ତର୍କ-ବିତର୍କ କରିବା ତଥା ଏହି ମାଧ୍ୟମରେ ଅନ୍ୟ ଅନେକ ଅପରିଚିତ ସମଭାବ ବା ବିପରୀତଭାବ ବ୍ୟକ୍ତିବିଶେଷଙ୍କ ସହ ବିଚାର-ବିମର୍ଶ କରିବା ହେଲା ମୂଖ୍ୟ ଉଦ୍ଦେଶ୍ୟ . ଏହା ନିହାତି ବ୍ୟକ୍ତିଗତ ତ କୁହାଯାଇପାରିବ ନାହିଁ, କିନ୍ତୁ ଖବର କାଗଜ ପରି ସାର୍ବଜନୀନ ବି ନୁହେଁ ଯାହା କହିଲେ ବି ଏହା ଏକ ଗୋଷ୍ଠୀ ନିମନ୍ତେ ଉଦ୍ଦିଷ୍ଟ . ଲୋକେ କହନ୍ତି ଏହି ମାଧ୍ୟମଟି privately public and publicly private . ମୁଁ ମୋ ବ୍ଲଗର ନାମ ଦେଇଛି ’ସ୍ୱୀକାରୋକ୍ତି’ ଓ ନିଜର ସବୁ ପ୍ରକାର ଅଭିଜ୍ଞତା ଲେଖି ସେଥିରେ ପାଠକମାନଙ୍କ ସମାଲୋଚନା, ତଥା ମତ ଆଦାନ-ପ୍ରଦାନ କରିବା ହେଲା ମୋର ଉଦ୍ଦେଶ୍ୟ . କାହାକୁ ଆଘାତ ଦେବା ନୁହେଁ, ଉଦ୍ଦେଶ୍ୟ ଥିଲା ଏକ debate initiate କରିବା . କିନ୍ତୁ ଯାହାଜଣା ପଡ଼େ କିଛି ବନ୍ଧୁ ଏହାକୁ ଅନ୍ୟ ଅର୍ଥରେ ନେଇଛନ୍ତି . ଏହା ଅତି ଦୁର୍ଭାଗ୍ୟପୂର୍ଣ୍ଣ . ବିଶ୍ୱବିଦ୍ୟାଳୟମାନଙ୍କରେ ଘଟିଥିବା ଅନେକ ଭଲମନ୍ଦର ଅଭିଜ୍ଞତା କୁହା ଯାଇପାରିବ . କିନ୍ତୁ ଏହି ପ୍ରକାର ଅଭିଜ୍ଞତାର ମୂଲ୍ୟ କ’ଣ ଯଦି ଏହା ତର୍କ-ବିତର୍କ ହେବ ନାହିଁ କିମ୍ବା ଅନୁଷ୍ଠାନର ଉନ୍ନତି କାମରେ ଆସିବ ନାହିଁ . କିନ୍ତୁ ବର୍ତ୍ତମାନର ପ୍ରସଙ୍ଗରେ ଯାହା ଜଣା ପଡ଼େ ବ୍ଲଗର ଲେଖାକୁ ଏକ ପ୍ରକାର ଭୂଲ ଅର୍ଥ କରାହେଲା ଯଦିଓ ବିଶ୍ୱବିଦ୍ୟାଳୟର ଏକ ସଭାରେ ଆଜି ଯାହା ମତ ଉପସ୍ଥାପନା କରାଗଲା ତାହା ମୋର ଜାଣିବା ସମ୍ଭବ ନୁହେଁ କିନ୍ତୁ ଯାହା କିଛି ଊଣା-ଅଧିକେ ଖବର ପାଇଲି, ମୁଁ ଜାଣିଲି ଯେ ଲେଖିବାର ଉଦ୍ଦେଶ୍ୟ ବିପରୀତ ପାଠକମାନଙ୍କ ନିମନ୍ତେ ଯଥେଷ୍ଟ ଆଘାତ-ପୂର୍ଣ୍ଣ ହେଇଛି . ବ୍ଲଗର ଲକ୍ଷ୍ୟ ହେଲା ପାଠକମାନେ ତାଙ୍କର ମତ ବ୍ଲଗରେ ଦିଅନ୍ତୁ, ତର୍କ-ବିତର୍କ ଆରମ୍ଭ ହେଉ . ଯଦି ଆମମାନଙ୍କ ମୂଳ ଉଦ୍ଦେଶ୍ୟ ଦେଶର, ପ୍ରଦେଶର ତଥା ଅଞ୍ଚଳର ଉଚ୍ଚଶିକ୍ଷାର ଉନ୍ନତି ତାହାହେଲେ ଏହି ବ୍ଲୋଗ ସାହାଯ୍ୟରେ ଆମେମାନେ କିଛିଟା ଭଲମନ୍ଦ ବିଚାର କରିପାରିବା ଜ୍ୟୋତିବିହାରର ପାଠକମାନଙ୍କୁ ମୋର ଅନୁରୋଧ ବିଷୟର କିଛି କଦର୍ଥ ନ କରିବା ପାଇଁ. ଅତି ସ୍ୱଚ୍ଛଳ ଭାବରେ ଏକ ତର୍କ ଚାଲୁ, ଏହି କିଛି ପ୍ରଶ୍ନର ଉତ୍ତର କ”ଣ? କ’ଣ ଆମେ ଆମ ଅନୁଷ୍ଠାନରେ plagiarism ବିଷୟରେ conscious ? ଏହା ନିନ୍ଦନୀୟ କି? ଏହା ଗ୍ରହଣୀୟ କି ? ଆମ ବିଶ୍ୱବିଦ୍ୟାଳୟରେ କିଛି mechanism ଅଛିକି ଏହି ସବୁକୁ ବୁଝିବା, ଓ ଯଦି ଏହା ନିନ୍ଦନୀୟ ତାହାହେଲେ ତାର ପ୍ରତିକାର କରିବା ? ଆମେ ଯଦି ଗ୍ରହଣ କରିବା ଯେ ଏହା ନିନ୍ଦନୀୟ ନୁହେଁ ତାହାହେଲେ ଖୋଲାଖୋଲି କହିବାରେ କିଛି ଭୂଲ୍‌ ନାହିଁ . ଅବଶ୍ୟ ଯଦି ଏହା ଅଗ୍ରାହ୍ୟ ତେବେ ଅତୀତର ଏହି ଘଟଣାକୁ ବିଶ୍ଲେଷଣ କରି ତାର ପ୍ରତିକାର କରିବା ଉଚିତ .
ଶୁଣି ଦୁଃଖ ଲାଗିଲା ଯେ ବାବୁ ମ୍ୟାଡ଼ାମ୍‌ ଭାବିଲେ ବ୍ଲଗରେ ପରୋକ୍ଷ ଭାବରେ ତାଙ୍କୁ ସମାଲୋଚନା କରାହେଇଛି . ଅନ୍ୟ ବନ୍ଧୁମାନଙ୍କ ଅପେକ୍ଷା ସେ ଅଧିକ ଜାଣନ୍ତି ଯେ ୨୦୦୮ ସାଲରେ ତାଙ୍କ ବିଭାଗରେ ୫ ଜଣ ମ୍ୟାଡ଼ାମ ଥିଲେ ଓ ମୋର ଯାହା ସହ ଉକ୍ତ କଥୋପକଥନ ହେଇଥିଲା ତାହା ବି ସେ ଅନୁମାନ କରି ପାରିବେ . ସିଧାସଳଖ ନାମ ଦେଇ କହିବାରୁ ବ୍ୟକ୍ତିବିଶେଷ ଅପ୍ରସ୍ତୁତ ପରିସ୍ଥିତିରେ ପଡ଼ିଲେ, ନାମ ନ ଲେଖିଲେ ବାବୁ ମ୍ୟାଡ଼ାମ୍‌ ବା ନିରଞ୍ଜନବାବୁ ପରି ବନ୍ଧୁ ମାନେ ଭାବିଲେ ଯେ ତାଙ୍କ ପ୍ରତି ଆକ୍ଷେପ କରା ହେଉଛି . ଯାହାହେଲା ଅତି ପୀଡ଼ା-ଦାୟକ. ବନ୍ଧୁ ଦୀପକ ବାବୁଙ୍କୁ ଆମନ୍ତ୍ରଣ କରିବି ସେ ଏହି ବ୍ଲଗ ମାଧ୍ୟମରେ ନିଜର ସମସ୍ତ ମତ ପ୍ରକାଶ କରନ୍ତୁ . ତାଙ୍କୁ ଆମେ ସମସ୍ତେ computer-savvy ଭାବରେ ତ ଗ୍ରହଣ କରିଛୁ . ଶେଷରେ-ଉଦ୍ଦେଶ୍ୟ ନଥିଲା କାହାର କ୍ଷତିର କାରଣ ହେବା, ମୋ ଆହୁରି ଅନେକ ଅଭିଜ୍ଞତା ଅଛି ଯାହା ଆଉ ବୋଧହୁଏ କହି ହେବ ନାହିଁ . କିଛି ଦିନ ତଳେ ଏହି ପି.ଏଚ୍‌.ଡ଼ି ପ୍ରସଙ୍ଗ ରେ ଆଉ ଏକ ଲେଖା ଲେଖିଥିଲି . ତାକୁ ଏହା ପରବର୍ତ୍ତୀ ବ୍ଲଗରେ ଦେଉଛି . ବିଶ୍ୱବିଦ୍ୟାଳୟରେ ଯଦି ଆମର ମତଭେଦକୁ ପ୍ରକାଶ କରିପାରିବା ନାହିଁ ତେବେ ଆମେ ଗଣତନ୍ତ୍ର ଦେଶର ନାଗରିକ କେମିତି ଗଠନ କରିବା ? ମତଭେଦ ରହିବା ବା’ ତାର ପ୍ରକାଶ କରିବା ମାନେ ବ୍ୟକ୍ତିଗତ-ଶତୃତା ନୁହେଁ.

Saturday, March 10, 2012

PLAGIARISM and JyotiVihar

ବିଗତ କିଛି ଦିନ ହେଲା ଦେଶସାରା plagiarism ବିଷୟରେ ବେଶ୍‍ ଚର୍ଚ୍ଚା ହେଉଅଛି ଦେଶର ଏକ ବିଶିଷ୍ଟ ବୈଜ୍ଞନିକ ଡ଼ା ସି. ଏନ୍‌. ଆର୍‌ ରାଓ, ଯେ କି ପ୍ରଧାନମନ୍ତ୍ରୀଙ୍କ ମୂଖ୍ୟ ଉପଦେଷ୍ଟା, plagiarism ପରି ଦୋଷାବହ କାର୍ଯ୍ୟରେ ଲିପ୍ତ ଥିବା ଆରୋପ କରାଯାଇଅଛି ଗତ ମାର୍ଚ୍ଚ ୯ ତାରିଖରେ Hindu ରେ ପ୍ରକାଶିତ ଏକ ସ୍ତମ୍ଭରୁ ଅନେକ କିଛି ଜଣାପଡ଼େ ସନ୍ଦର୍ଭ ରଚନା କଲାବେଳେ ପୂର୍ବ ପ୍ରକାଶିତ ଗବେଷଣା କାର୍ଯ୍ୟ, ଭାଷା ବା ବାକ୍ୟକୁ ଅବିକଳ ନକଲ କରି ପୁନଃ-ପ୍ରତିପାଦନ କଲାବେଳେ ମୂଳ ଲେଖକଙ୍କୁ ଯଥୋଚିତ କୃତଜ୍ଞତା ପ୍ରକାଶ କରିବା ଉଚିତ ଏହା ନ କରିବାଟା ଚୋରି କରିବା ସଦୃଶ ଓ ଏହା ସର୍ଜନାର ନୈତିକ-ମୂଲ୍ୟର ଅବମାନନା ଏହି ପରି ଚୋରି କରିଥିବା ସନ୍ଦର୍ଭ ପ୍ରକାଶନ-ଅଯୋଗ୍ୟ, ଏହି ପରି ଚୋରି କରିଥିବା ଥେସିସ ପି. ଏଚ. ଡି ଡିଗ୍ରି ଅଯୋଗ୍ୟ ଗତ ୫ ବର୍ଷ ହେଲାଣି, ଅନେକ ବିଶ୍ୱବିଦ୍ୟାଳୟ ଏବଂ ପ୍ରକାଶକ ଏକ ସଫ୍ଟୱାର ସାହାଯ୍ୟରେ ଜାଣିପାରନ୍ତି ପ୍ରକାଶନ-ପ୍ରାର୍ଥୀ ପାଣ୍ଡୁଲିପିରେ ଶତକଡା କେତେ ଭାଗ ପୂର୍ବ ପ୍ରକାଶିତ ରଚନାର ନକଲ କରାହେଇଅଛି କିନ୍ତୁ ଏହି ସଫ୍ଟୱାର ର କାର୍ଯ୍ୟ ଅତି ସୀମିତ, ଏହା କେବଳ ଇଂରାଜି ଭାଷାରେ ଲେଖା ହେଇଥିବା ଇଣ୍ଟର୍ନେଟ୍‌-ଲବ୍ଧ ପାଣ୍ଡୁଲିପି ରୁ କେବଳ ବାକ୍ୟମାନଙ୍କର ଅବିକଳ ନକଲ ଦେଖେ ଉପରୋକ୍ତ ଡା ରାଓଙ୍କ ବିରୁଦ୍ଧରେ ଅଭିଯୋଗରେ ଡା ରାଓ ପୂର୍ବ ପ୍ରକାଶିତ ତଥ୍ୟର ନକଲ କରିଥିବା ଆରୋପ କରା ହେଇଛି ଯାହା ଏହି ସଫ୍ଟୱାର ଦ୍ୱାରା ଜଣା ପଡିବ ନାହିଁ

ମୁଖସ୍ଥ କରିବା ଅଭ୍ୟାସ- ୨୦୦୮ ନଭେମ୍ବର ମାସରେ ମୁଁ କୁଳପତି ଭାରଗ୍ରହଣ କରିବା ପରେ ବିଶ୍ୱବିଦ୍ୟାଳୟର କିଛି ସ୍ନାତକତ୍ତୋର ବିଭାଗକୁ ପରିଦର୍ଶନରେ ଯାଇ ଦେଖିଲି ଯେ ଅଧିକାଂଶ ବିଭାଗରେ ଶିକ୍ଷକଗଣ ’ନୋଟ’ ଡାକୁଛନ୍ତି ଓ ଆଶା କରନ୍ତି ଯେ ଛାତ୍ରଛାତ୍ରୀ ଏହି ନୋଟ ଗୁଡିକୁ ମୁଖସ୍ଥ କରି ପରୀକ୍ଷାରେ ଉତ୍ତର ଲେଖିବେ ଅଧିକ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ଦେଖିଲି, କମ୍ପ୍ୟୁଟର ବିଭାଗରେ ସି, ସି++ ଓ ଜାୱା ପାଇଁ ବି ନୋଟ ଡକା ଚାଲିଛି ମୁଁ ବିସ୍ମିତ ହେବାର କାରଣ ହେଲା ଯେ ସି, ସି++ ଓ ଜାୱା ଶିକ୍ଷା ଦାନ ଉତ୍ତମ ପ୍ରୋଗ୍ରାମ ଲେଖିବାପାଇଁ ଓ ସେଥିରେ ଯେତେ ଅଧିକ ମାର୍କ ଆଣି ଥିଲେ ବି ଯଦି ଜଣେ ପ୍ରୋଗ୍ରାମ ଲେଖିବା ଅଭ୍ୟାସ ନକରେ ତାହେଲେ ସେ ଶିକ୍ଷା ବୃଥା କିନ୍ତୁ ଛାତ୍ର ଛାତ୍ରୀ ମାନେ ବିଷୟକୁ ମୁଖସ୍ଥ କରି ଯଥାସାଧ୍ୟ ମାର୍କ ପାଇଲେ ଅତି ସନ୍ତୁଷ୍ତ କୌତୁକ ବୋଧ ହେଲା ଯେ, systemର ସମସ୍ତ stakeholder ଏହି ବ୍ୟବସ୍ଥାରେ ଖୁସି, ଛାତ୍ରଛାତ୍ରୀ ମାନେ ଖୁସି, ଶିକ୍ଷକ ବି ଖୁସି, ପରୀକ୍ଷକ ବି ଖୁସି (କାରଣ ପରୀକ୍ଷକ ବି ଏହି ପ୍ରକାର ପ୍ରଣାଳୀରେ ଶିକ୍ଷା ଲାଭ କରି ଶିକ୍ଷକତା କରୁଛନ୍ତି) କଥାଟା ଏତେଦୂର ଗଲା ଯେ, ଜଣେ ମ୍ୟାଡ଼ାମ୍‍ ମୋତେ କହିଲେ “ସି, ସି++ ଓ ଜାୱା ଏମିତି ହିଁ ପଢା ଯାଏ” ବିଗତ ୨୫ ବର୍ଷ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାରେ ସଂଶ୍ଳିଷ୍ଟ ଥାଇ ବି ମୁଁ ଏହି ଗୁପ୍ତ ଜ୍ଞାନଟି ପାଇନଥିଲି ଓ ମ୍ୟାଡ଼ାମ୍‍ଙ୍କର ଅଜ୍ଞାନତା ରେ କି ଦାମ୍ଭିକତାରେ ହସିବି ବୁଝିପାରିନଥିଲି କିନ୍ତୁ କଥାଟା ହେଲା, ଯଦି ଆମେ ବିଦ୍ୟାର୍ଥୀକୁ ମୁଖସ୍ଥ କରିବାରେ ପ୍ରହୋତ୍ସାନ ଦେବା, ପୁସ୍ତକରେ ଲେଖା ଥିବା ବାକ୍ୟ ଅବିକଳ ପୁନଃ-ପ୍ରତିପାଦନ କରିବାରେ ଗୁରୁତ୍ୱ ଦେବା ତେବେ ବିଦ୍ୟାର୍ଥୀ ନିଜ ମନକୁ, ନିଜ ଭାଷାରେ, ନିଜ ବାକ୍ୟରେ ଉତ୍ତର ଦେଇପାରିବା ସାମର୍ଥ୍ୟ ହରାଇବ ପରବର୍ତ୍ତୀ ଜୀବନ-କାଳରେ ଆମେ ଆଶା କରିବା ଅନୁଚିତ ଯେ ପର-ଲିଖିତ ବାକ୍ୟ ବ୍ୟବହାର କରିବାକୁ ସେ ଚୋରି-ସଦୃଶ ଗ୍ରହଣ କରୁ
ପି.ଏଚ୍‌.ଡ଼ି ଥେସିସ- କୁଳପତି ଭାବରେ କେବେ କେମିତି ପି.ଏଚ୍‌.ଡ଼ି viva କୁ ବି ଯାଉଥିଲି ଦିନେ ଦେଖିଲି, ପୂର୍ବ ପ୍ରକାଶିତ ଗବେଷଣା ସନ୍ଦର୍ଭର ଅବିକଳ ନକଲ କରି ଜଣେ ଥେସିସ ଲେଖିଛନ୍ତି, ସମସ୍ତ ପରୀକ୍ଷକ ତାକୁ ଅନୁମୋଦନ କରିଛନ୍ତି ଓ କାମକୁ ପ୍ରଶଂସାବି କରୁଛନ୍ତି ଘରକୁ ଆସିଲା ପରେ ମୁଁ ମୂଳ ସନ୍ଦର୍ଭ ଓ ଥେସିସକୁ ପଢିଲି, ସବୁ କିଛି ସମାନ କିନ୍ତୁ ବିଦ୍ୟାର୍ଥୀ ମୂଳ ଲେଖକଙ୍କ ନାମ ଥେସିସ କୌଣସି ସ୍ଥାନରେ ନଦେଇ ନିଜ କାମ ଭାବରେ ପ୍ରତିପାଦନ କରିଅଛନ୍ତି ଏହା plagiarismର ପରିଷ୍କାର ଉଦାହରଣ ରିପୋର୍ଟକୁ କିଛି ଦିନ ରଖିଲି, ପ୍ର: କେ.ସି.ପଣ୍ଡାଙ୍କୁ ଅନୁଧ୍ୟାନ କରିବାକୁ ଅନୁରୋଧ କଲି ରିପୋର୍ଟ ଡେରି ହବା ଦେଖି ଗୁରୁଜି ପ୍ର: ଚୌଧୁରି ମୋତେ କୋର୍ଟକୁ ଟାଣିବାକୁ ଡରେଇଲେ ମୋ ପାଖରେ ଯଥେଷ୍ଟ ପ୍ରମାଣ ଥିଲା ଓ ସେଥିରେ ଥେସିସ ନାକଚ ତ ହେଇ ଯାଇଥାଆନ୍ତା, କିନ୍ତୁ କିଛି କରିବା ଆଗରୁ ମୁଁ କିଛି ସିଣ୍ଡିକେଟ ସଦସ୍ୟଙ୍କ ମତ ନେଲି ବିଶ୍ୱବିଦ୍ୟାଳଯର ଯୋଗ୍ୟ ସଦସ୍ୟ ସମସ୍ତ plagiarismକୁ ଏତେ ଗୁରୁତ୍ୱ ଦେଲେ ନାହିଁ ପଣ୍ଡାବାବୁ ତାଙ୍କ ରିପୋର୍ଟରେ ଅତି positive ମତ ଦେଲେ ଏଇ ସଦସ୍ୟ ମାନଙ୍କ publication ବିଷୟରେ ମୁଁ କିଛି ଜାଣି ଥିଲି, ସମସ୍ତେ ଏଇମିତି କିଛିନା’କିଛି ଅଡ଼ୁଆ କାମ କରିଛନ୍ତି ପଣ୍ଡା ବାବୁ ପ୍ରଫେସର ହେବା ପାଇଁ ୧୨ ମାସରେ ୧୦ଟି ସନ୍ଦର୍ଭ ଲେଖିଥିବା କଥାବି ଜାଣିଥିଲି କୌଣସି ବ୍ୟକ୍ତି ନିଜଭାଷାରେ ନକଲ-ବିନା ହାରାହାରି ମାସକୁ ଗୋଟିଏ ସନ୍ଦର୍ଭ ଲେଖିବା ସମ୍ଭବ ନୁହେଁ ଧୀରେ ଧୀରେ ଦେଖିଲି ସମସ୍ତ ବିଭାଗ ଏହି ମାରତ୍ମକ ବ୍ୟାଧିରେ ଗ୍ରସ୍ତ, କାହାକୁ ଠିକ କରିବି, ଲାଇଫ ସାଇନ୍ସ, କେମିସ୍ଟ୍ରି, ଗଣିତ ସବୁରେ ସମାନ ସର୍ବୋପରି ମୋ ନିଜ ବନ୍ଧୁ ସଦୃଶ ଡ: ଶିଶିର ସାହୁ, ସର୍ବବିଶିଷ୍ଟ ଗବେଷକ ଡ: ସୁଧୀର ସାହୁ ଥେସିସ ପରେ ଥେସିସ ଜମା କରାଉଥାଆନ୍ତି ଆଉ ସବୁ କିଛି plagiarism-ଗ୍ରସ୍ତ ଇତିହାସ ବିଭାଗର ଥେସିସ medicinal plants ଉପରେ ଲେଖା ହେଲା କିନ୍ତୁ ପାର୍ଶ୍ୱରେ ଥିବା ଲାଇଫସାଇନ୍‌ସ୍‌ ବିଭାଗରେ ଯାହ କାମ ହେଇଛି ତାକୁ ନକଲ କରା ହେଲା
ବଡ ଅସହାୟ ଲାଗୁଥିଲା ହାତରେ ଆହୁରି ଅନେକ ଉନ୍ନତି ମୂଳକ କାମକରିବାର ଥିଲା କେତେଟା ବା’ ଥେସିସ ମୁଁ ନିଜେ ପଢିବି, କାହା ଉପରେ ଏଇ କାମ ନ୍ୟସ୍ତ କରିବି ବିଶ୍ୱବିଦ୍ୟାଳୟରେ ଅନେକ ସଚ୍ଚୋଟ ଗବେଷକ ଥିଲେ କିନ୍ତୁ ସେମାନଙ୍କୁ ଏଇମିତି କାମରେ ବ୍ୟସ୍ତ ରଖିବା ମାନେ ହେଲା ଯାହାକିଛି ଭଲ କାମ ହେବା କଥା ତାହା ବି ବନ୍ଦ ହେଇଯିବ ଦେଖି ନ’ ଦେଖିଲା ପରି ରହିବାକୁ ପଡିଲା
ଶୁଣିଛି, ଆର୍ଥିକ ଅନଟନ ହେତୁ ଏବେ ପରୀକ୍ଷକ ବି କିଛି ସ୍ଥାନ ନିମନ୍ତେ ସୀମିତ
ଆଜି ଦେଶ ସି.ଏନ.ଆର.ରାଓ ଙ୍କୁ ବି ଦଣ୍ଡିତ କରିବାକୁ ପ୍ରସ୍ତୁତ ହେଲା ବେଳକୁ ଆମ ବିଶ୍ୱବିଦ୍ୟାଳୟରେ ଏହାକୁ ଆପରାଧ ବୋଲି ନ ଭାବି ଗୌରବାନ୍ୱିତ କରାହେଉଅଛି ଉଚିତ ତ’?

Tuesday, December 6, 2011

Abut the bird.

It's gone now. When we seat in the balcony every morning and read newspaper, we still recall that these are same pair of cane chairs which housed a family. Adding some photographs.

ପକ୍ଷୀଟି ଉଡ଼ିଗଲାଣି ଭାବିଲେ ତ ଅନେକ ଆଶ୍ଚର୍ଯ୍ୟ ଓ ଆନନ୍ଦ ଅନୁଭବ ହୁଏ କିଛି ଟା ଫୋଟୋ ଦେଲି

Friday, November 18, 2011

Many persons are interested to read this blog but not able to read Odia script in their computer and I thought it is better to occasionally switch over to English.

Today in THE HINDU there is a very interesting article- "Fancy degree combinations to go".
It seems that Andhra University offers 120 different combinations at degree level. Osmania University offers nearly 90 combinations. Please note that these universities do not offer Honours Programme and their division is decided based on % of aggregate. In our universities (Universities in Odisha) we offer Honours programme and the division is decided by the % of marks for Honours papers only. In fact, to be declared First Division in our universities one need not have 60% in aggregate. That is a different matter to be discussed later, but the main idea of the news item is that there are too many irrelevant combinations which do not lead the students to meaningful degrees or do not help in employment/higher studies. Thus this should be curbed to around 30 different combinations.

But Sambalpur University offers too less number of subjects even after 45 years of existence. Say, around 20 Honours degrees in Arts and perhaps around 10 degrees in Science. Many of important subjects are not available for studies in SU. Moreover some of them are restricted to one or two colleges. For example, Geography Hons is perhaps available in 2 colleges, Geology in 2, Statistics in perhaps 1. On the other hand Utkal offers too many Honours programmes.

Why so. Because the pesons/community who are interested in opening colleges are satisfied with only three subjects Education, Odia and English. You will find every other college has Education as a subject. I ask a question to the persons who are so keen on development of Western Odisha-
Do you think Education should be the only subject for all BA graduates or do you think Psychology, Geology, Geography, Sociology, Anthropology etc should not be the subjects in which our students should graduate?

Points to ponder.

Arun Pujari